Site icon ଆଜିକାଲି

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ରାଜ୍ୟରେ ‘ଅକ୍ଟୋବର ତାତି’

ଭୁବନେଶ୍ବର : ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଶା ଉପରେ ପଡ଼ିଥିବା ସ୍ପଷ୍ଟ ହେଉଛି । ବର୍ତ୍ତମାନ ଶରତ ଋତୁରେ କାକର ପଡି ଅଳ୍ପ ଅଳ୍ପ ଶୀତ ଅନୁଭବ ହେବା କଥା । ହେଲେ ଶୀତ ଆସୁଥିବା ଆଭାସ ‌ମିଳିନାହିଁ । ଗ୍ରୀଷ୍ମ ଋତୁ ଭଳି ଡହଡହ ଖରା ଡହଳବିକଳ କରୁଛି । ଦିନର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସହ ପ୍ରବର ଗୁଳୁଗୁଳି ଅନୁଭୁତ ହେଉଛି ।

ତେବେ ରାଜ୍ୟକୁ ଉତ୍ତର ଓ ପୂର୍ବ ଦିଗରୁ ପବନ ନ ବହି ପଶ୍ଚିମା ପବନ ବହିବା, ଅକ୍ଟୋବରରେ ବର୍ଷା ହେବା ଓ ଆକାଶ ମେଘମୁକ୍ତ ରହିବା ରାଜ୍ୟରେ ତାତି ବଢ଼ିବାର କାରଣ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ସ୍ଥିତିକୁ ଅକ୍ଟୋବର ତାତି ବୋଲି କୁହାଯାଏ ।ଏଥିସହ ଆସନ୍ତା ୨୦ ତାରିଖ ପୂର୍ବରୁ ରାଜ୍ୟକୁ ଉତ୍ତର-ପୂର୍ବ ବାୟୁ ବହିବା ସମ୍ଭାବନା ନାହିଁ। ଫଳରେ ଏହି ତାତି ୨୦ ଯାଏ ଜାରି ରହିବ। ୨୦ ପରେ ରାଜ୍ୟର ପରିବେଶ ଥଣ୍ଡା ରହିବ ବୋଲି ଆକଳନ କରାଯାଉଛି। ଅ‌ନ୍ୟପଟେ ଆସନ୍ତା ୨ ଦିନ ଭିତରେ ରାଜ୍ୟରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Exit mobile version