Site icon ଆଜିକାଲି

ବିବାଦ ଭିତରେ ଜନ୍ମଦିନ ପାଳନ କଲେ ଓଡିଆ ଅଭିନେତା ବାବୁସାନ୍‌

ଭୁବନେଶ୍ୱର : ଆଜି ଓଡିଆ ଅଭିନେତା ବାବୁସାନଙ୍କ ଜନ୍ମଦିନ । ବିବାଦ ଭିତରେ ଜନ୍ମଦିନ ପାଳନ କଲେ ବାବୁସାନ୍‌। ବରମୁଣ୍ଡା ସ୍ଥିତ ଘରେ ଶୁକ୍ରବାର ବିଳମ୍ବିତ ରାତିରେ କେକ୍‌ କାଟି ସେଲିବ୍ରେସନ କରିଥିବା ସୂଚନା ମିଳିଛି। ଏହି ଅବସରରେ ଅଭିନେତା ରବି ମିଶ୍ର, ନିର୍ଦ୍ଦେଶକ ଅଶୋକ ପତି ଓ ପରିବାର ଲୋକ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ ଆଜି ପତ୍ନୀ ତୃପ୍ତି ଓ ପୁଅଙ୍କ ସହିତ ଜନ୍ମଦିନ ପାଳନ କରିବେ। ଶୁକ୍ରବାର ଲଗାତାର ଦ୍ୱିତୀୟ ଦିନ ଲାଗି ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି କଥା କହିଛନ୍ତି ନିଜେ ବାବୁସାନ । ଯଦି ସେମାନେ ନ ଆସିଲେ ନିଜେ ପତ୍ନୀଙ୍କ ଘରକୁ ଯିବି । ଏପରିକି କେକ୍‌ ଠାରୁ ପତ୍ନୀ ଓ ପୁଅ ବଡ଼ ବୋଲି କହିଛନ୍ତି ବାବୁସାନ୍‌ । ସବୁ କିଛି ଠିକ ହେବ। ପୋଲିସ ଜେରା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ବାବୁସାନ । ସେହିପରି ସେ କହିଥିଲେ ‘ମୁଁ ମୋ ପରିବାର ସହିତ ରହିଛି । ଆପଣ ମାନେ ଭଲରେ ରୁହନ୍ତୁ ବୋଲି କହିଛନ୍ତି ବାବୁସାନ । ସେପଟେ ଭାଇରାଲ ଅଡିଓକୁ ନେଇ ମଧ୍ୟ ବାବୁ କହିଛନ୍ତି, ଅଡିଓଟିକୁ ଭଲ ଭାବେ ଶୁଣନ୍ତୁ । ସେଥିରେ ଥିବା ସତ ଜାଣିପାରିବେ’ ।

ସୂଚନା ଯେ, ଗତ ୨୩ ତାରିଖ ସକାଳେ ବାବୁସାନ, ପ୍ରକୃତି ମିଶ୍ର ଓ ତୃପ୍ତିଙ୍କୁ ନେଇ ବିବାଦର ଭିଡିଓ ସାମ୍ନାକୁ ଆସିଥିଲା । ସନ୍ଧ୍ୟାରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ତୃପ୍ତି । ତାଙ୍କ ଅଭିଯୋଗକୁ ନେଇ ପୋଲିସ୍ ମାମଲା ରୁଜୁ କରିଥିଲା । କେବଳ ପ୍ରକୃତି ନୁହେଁ, ବାବୁସାନଙ୍କ ବିରୋଧରେ ମଧ୍ୟ ନିର୍ଯାତନା ଅଭିଯୋଗ କରିଥିଲେ ତୃପ୍ତି । ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ ଆଇପିସି ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୋଲିସ୍ ପ୍ରକୃତି ମଶ୍ରଙ୍କ ବୟାନ ରେକର୍ଡ କରିସାରିଛି । ହେଲେ ବାବୁସାନଙ୍କୁ ପୋଲିସ୍ ଏଯାଏଁ ପଚରାଉଚରା କରି ନାହିଁ ।

Exit mobile version