Site icon ଆଜିକାଲି

ଅନ୍ତର୍ଜାତୀୟ ସିନେ ଜଗତରେ ପୁଣି ସଫଳତା ସାଉଁଟିଲେ ଓଡ଼ିଆ ଝିଅ ସିଲଭିଆ

ବ୍ରହ୍ମପୁର : ଅନ୍ତର୍ଜାତୀୟ ସିନେ ଜଗତରେ ପୁଣି ସଫଳତା ସାଉଁଟିଛନ୍ତି ଆମ ରାଜ୍ୟ ଖଲ୍ଲିକୋଟ ଅଞ୍ଚଳର ମୂଳ ନିବାସୀ ଓଡ଼ିଆ ଝିଅ ସିଲଭିଆ ମହାପାତ୍ର। ପେସାରେ ଜଣେ ସିନେମା ସେଟ୍ ଡିଜାଇନର୍ ସିଲଭିଆ। ସେ ସମ୍ପୃକ୍ତ ଥିବା ତଥା ନିଜର ବେଶ୍ ସମୟ ଓ ପରିଶ୍ରମ ଦେଇଥିବା ହଲିଉଡ୍ ଫିଲ୍ମ ଗାର୍ଡିଆନ୍ସ ଅଫ୍ ଦ ଗାଲାକ୍ସି-୩ ଏବେ ବଡ଼ ପରଦାରେ ମୁକ୍ତିଲାଭ କରିଛି। ନିଜର ପ୍ରଥମ ଓ ଦ୍ବିତୀୟ ଭାଗ ପରି ଏହି ମୁଭି ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ସଫଳ ହୋଇଛି। ମାର୍ବଲ୍ ସିରିଜର ଗାର୍ଡିଆନ୍ସ ଅଫ୍ ଦ ଗାଲାକ୍ସି ପ୍ରଥମ ଓ ଦ୍ବିତୀୟ ଭାଗରେ ସେଟ ଡିଜାଇନର୍ ରୂପେ ମଧ୍ୟ ନିଜ ପ୍ରତିଭାର ନିଦର୍ଶନ ଦେଇଥିଲେ ସିଲଭିଆ। ଏଥିପାଇଁ ସେ ବେଶ୍ ଆନନ୍ଦିତ ବୋଲି କହିଛନ୍ତି ସିଲଭିଆ ମହାପାତ୍ର।

ଗାର୍ଡିଆନ୍ସ ଅଫ୍ ଦ ଗାଲାକ୍ସିରେ ୧୬ ଜଣ ସେଟ୍ ଡିଜାଇନରଙ୍କ ମଧ୍ୟରୁ ଏକମାତ୍ର ଭାରତୀୟ ଥିଲେ ସେ। ପ୍ରଫେସର ଅଜିତ ମହାପାତ୍ର ଓ ନଳିନୀ ପଟ୍ଟନାୟକଙ୍କ ଝିଅ ସିଲଭିଆ ଆଫ୍ରିକା ଓ ଆମେରିକାରେ ଉଚ୍ଚଶିକ୍ଷା ଲାଭ କରି ଏବେ ଅନ୍ତର୍ଜାତୀୟ ସିନେ ଜଗତରେ ଗୋଟିଏ ପରେ ଗୋଟିଏ ପାଦ ସଫଳତାର ସହ ଆଗକୁ ବଢାଇ ଚାଲିଛନ୍ତି।

Exit mobile version