Site icon ଆଜିକାଲି

ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ: ଡକ୍ଟର ଅଜିତ କୁମାର ମହାନ୍ତି ହେଲେ ଆଣବିକ ଶକ୍ତି କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର : ଜାତୀୟ ସ୍ତରର ବିଭିନ୍ନ ସମ୍ମାନଜନକ ପଦପଦବୀରେ ଓଡ଼ିଆ ମାନେ ଅବସ୍ଥାପିତ ହୋଇ ରାଜ୍ୟର ଗୌରବ ବଢ଼ାଇଛନ୍ତି । କିଛି ଦିନ ତଳେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏଲଆଇସିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ । ଏବେ ଆଉ ଜଣେ ଓଡ଼ିଆଙ୍କୁ ଜାତୀୟ ସ୍ତରର ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଡ. ଅଜିତ କୁମାର ମହାନ୍ତିଙ୍କୁ ଆଣବିକ ଶକ୍ତି କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେ ମଧ୍ୟ ଆଣବିକ ଶକ୍ତି ବିଭାଗର ସଚିବ ପଦରେ ରହିବେ । ଡ. ଅଜିତ କୁମାର ମହାନ୍ତି ୨୦୧୯ରୁ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।

Exit mobile version