Site icon ଆଜିକାଲି

ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ବିଧାନସଭାରେ ଗୃହୀତ

ଭୁବନେଶ୍ୱର : ବିଧାନସଭାରେ ଗୃହୀତ ହୋଇଛି ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ । ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍ ଗୃହୀତ ହୋଇଛି।

ସଂଶୋଧିତ ବିଲରେ କେତେକ ନୂଆ ବ୍ୟବସ୍ଥା ରହିଛି। ସଂଶୋଧିତ ବିଲ୍‌ରେ ଆପାର୍ଟମେଣ୍ଟ ଗ୍ରାହକଙ୍କ ପାଇଁ ସ୍ଵଚ୍ଛତା ବ୍ୟବସ୍ଥା କରାଯାଇଛି।ପୃଷ୍ଠପୋଷକମାନଙ୍କର ଦାୟିତ୍ଵକୁ ସ୍ପଷ୍ଟ ଭାବେ ନିର୍ଦ୍ଧାରଣ ବ୍ୟବସ୍ଥା କରିବାକୁ ବିଲରେ ଉଲ୍ଲେଖ ରହିଛି।

ଏଥିରେ ଆପାର୍ଟମେଣ୍ଟ ମାଲିକ ସଂଘ ଗଠନ ପାଇଁ ବ୍ୟବସ୍ଥା ରହିଛି ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ପାଇଁ ସଂଘ ପାଣ୍ଠି ସୃଷ୍ଟି ସହ ଆପାର୍ଟମେଣ୍ଟ ମାଲିକ ସଂଘର ଦାୟିତ୍ବ ଓ ଅଧିକାର ନିର୍ଦ୍ଧାରିତ ବୀମା ଓ ନିର୍ମାଣ ଜନିତ ସ୍ଥିରତା ସୁନିଶ୍ଚିତ କରିବାକୁ ବ୍ୟବସ୍ଥା କରାଯାଇଛି ।

FacebookTwitterLinkedinWhatsapp
Exit mobile version