Site icon ଆଜିକାଲି

ନବ ଦାସ ହତ୍ୟା ପ୍ରସଙ୍ଗକୁ ନେଇ ଗୃହ ଅଚଳ, ଅପରାହ୍ନ ୪ଟା ମୁଲତବୀ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ବିଧାନସଭା ଶୂନ୍ୟକାଳରେ ପୁଣି ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ଅଚଳ । ଗୃହର ମଧ୍ୟଭାଗକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି କରିଛନ୍ତି । ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ନବ ଦାସ ହତ୍ୟାକାଣ୍ଡକୁ ନେଇ ଗୃହରେ ବିରୋଧୀ ସଦସ୍ୟ ହଙ୍ଗାମା କରିଥିଲେ । ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ହୋହଲ୍ଲା ଓ ନାରାବାଜି କରିଥିଲେ ବିରୋଧୀ ସଦସ୍ୟ । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ । ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିଲା ବିଜେପି । ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୧ଟା ୩୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି ବିକ୍ରମକେଶରୀ ଆରୁଖ ।

Exit mobile version