Site icon ଆଜିକାଲି

ରାଜ୍ୟ କ୍ୟାବିନେଟରେ ୯ ପ୍ରସ୍ତାବକୁ ଅନୁମୋଦନ

ଭୁୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ, ପଂଚାୟତିରାଜ ଓ ପାନୀୟ ଦଳ ବିଭାଗ ସହ ଜଡିତ ୯ଟି ଗୁରୁତ୍ୱପୂର୍ଣ ପ୍ରସ୍ତାବକୁ ଅନୁମୋଦନ ଦିଆ ଯାଇଛି । ଚୁକ୍ତିଭିତିକ ନିଯୁକ୍ତିକୁ ଉଚ୍ଛେଦ କରିବା ସମ୍ପର୍କିତ ଐତିହାସିକ ନିଷ୍ପତି ଏହି ବୈଠକରେ ନିଆ ଯାଇଛି ।

କ୍ୟାବିନେଟ ବୈଠକ ପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ସୁରେନ୍ଦ୍ର କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଚାରୋଟି ଜିଲ୍ଲାର ୧୧ଟି ବ୍ଲକରେ ଗ୍ରାମୀଣ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟେଂଡରକୁ ମଂଜୁରୀ ପ୍ରଦାନ କରା ଯାଇଛି । ନୟାଗଡ ଜିଲ୍ଲାର ରଣପୁର ଓ ଓଡଗାଁ ବ୍ଲରେ ଦୁଇଟି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ପାଇଁ ମୋଟ ୩୯୫.୪୩ କୋଟି ଟଙ୍କାର ଟେଂଡରକୁ ଅନୁମୋଦନ ଦିଆ ଯାଇଛି । ସେହିପରି ବରଗଡ ଜିଲ୍ଲାର ଅମ୍ବାଭୋନା, ଭଟଲି ଓ ସୋହେଲା ବ୍ଲକରେ ପାନୀୟ ଜଳ ପ୍ରକଳ୍ପ, ଖୋର୍ଧା ଜିଲ୍ଲାର ଟାଙ୍ଗି, ଭୁବନେଶ୍ୱର, ବାଲିପାଟଣା ଓ ବାଲିଅନ୍ତା ବ୍ଲକରେ ବ୍ଲକରେ ୫ଟି ଗ୍ରାମୀଣ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରା ଯାଇଛି । ସେହିପରି କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ଓ କୋକସରା ବ୍ଲକରେ ୨ଟି ଗ୍ରାମୀଣ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରା ଯାଇଛି ।

ସେ ଆହୁରି କହିଛନ୍ତି ଯେ କୋବିଡ ସମ୍ବନ୍ଧୀୟ ବନ୍ଦକୁ ବିଚାରକୁ ନେଇ ରାଜ୍ୟର ସ୍କିଲ ଇକୋ ସିଷ୍ଟମକୁ ଦୃଢୀକରଣ କରିବା ଲକ୍ଷ୍ୟରେ ମାର୍ଚ ୨୦୨୦ରୁ ଅକ୍ଟୋବର ୨୦୨୦ ଯାଏ ଏସଡିସି – ଏସଡିଇସି ଗୁଡିକର ଭଡା ଛାଡ ପ୍ର୍‌ସ୍ତାବକୁ ମଂଜୁରୀ ଦିଆ ଯାଇଛି । ସେହିପରି ସମନ୍ୱିତ ବୈଷୟିକ ସେବା ନିଯୁ୍‌ୃକ୍ତି ପ୍ରକ୍ରିୟା ନିୟମାବଳୀ -୨୦୨୨ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ଦିଆ ଯାଇଛି ।

Exit mobile version