Site icon ଆଜିକାଲି

ମା’ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ସ୍ତ୍ରୀଙ୍କ ସହିତ ଖାଇଲେ ନବାନ୍ନ

ସମ୍ବଲପୁର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସମ୍ବଲପୁର ଗସ୍ତ କରିବା ସହିତ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି। ମା’ଙ୍କୁ ଦର୍ଶନ କରିବା ପରେ ସେ ପଶ୍ଚିମଓଡ଼ିଶାବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହି ଅବସରରେ ସେ ସ୍ତ୍ରୀଙ୍କ ସହିତ ନବାନ୍ନ ଖାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତେ ଗୋଟିଏ ସ୍ଥାନରେ ବସି ନୂଆଁ ଖାଇଥିଲେ।

ରବିବାର ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଯାଇଛନ୍ତି। ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ବଲପୁରରୁ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରାଯିବା ସହିତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାର କାର୍ଯ୍ୟକ୍ରମ ରହିଛି।

Exit mobile version