Site icon ଆଜିକାଲି

ଦିଲ୍ଲୀରେ ନାଇଜେରୀୟ ସାଇବର ଠକକୁ ଧରିଲା ଓଡ଼ିଶା କ୍ରାଇମବ୍ରାଞ୍ଚ, କଟକ ମହିଳାଙ୍କଠୁ ଲୁଟିଥିଲା ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର : ନୂଆଦିଲ୍ଲୀରୁ ନାଇଜେରୀୟ ସାଇବର ଠକକୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ । ଇନ୍ସପେକ୍ଟର ଅନୀଲ ଆନନ୍ଦଙ୍କ ନେତୃତ୍ୱରେ ଦିଲ୍ଲୀ ଦ୍ବାରକାରୁ ଅଭିଯୁକ୍ତ ନାଇଜେରୀୟ ପ୍ୟାଟ୍ରିକ ଚିଜୋରୋମ ଓରାଜାକାକୁ ଗିରଫ କରାଯାଇଛି । ତାଠାରୁ ୧୬ଟି ଡେବିଟ କାର୍ଡ, ୧୨ଟି ମୋବାଇଲ, ୨୨ଟି ପାସବୁକ୍, ୧୦ଟି ଚେକ୍ ବୁକ, ୨୦ଟି ସିମ୍ କାର୍ଡ, ଲାପଟପ, ପାସପୋର୍ଟ ଜବତ ହୋଇଛି । ତା ନାଁରେ ଥିବା ଆଧାର କାର୍ଡ ଓ ପ୍ୟାନ କାର୍ଡ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ତାକଙ ଦିଲ୍ଲୀ କୋର୍ଟରେ ହାଜର ପରେ ଟ୍ରାନଜିଟ୍ ରିମାଣ୍ଡରେ ଓଡିଶା ଅଣାଯାଉଛି ।

ସୋସିଆଲ ମିଡିଆ ଜରିଆରେ ସମ୍ପର୍କ ସ୍ଥାପନ କରି ଠକେଇ କରୁଥିଲା ଅଭିଯୁକ୍ତ । କଟକର ଜଣେ ମହିଳାଙ୍କଠାରୁ ୨୮ ଲକ୍ଷ ୬୭ ହଜାର ଟଙ୍କା ଠକି ନେଇଥିଲେ ନାଇଜେରିଆ ଠକ ନିଜକୁ ନେଦରଲାଣ୍ଡସ ଡାକ୍ତର ବୋଲି କହି ସମ୍ପୃକ୍ତ ମହିଳାଙ୍କ ସହ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରି ଥିଲା। ମାତ୍ର ୫ ଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହେଇ ଯିବାପରେ ମହିଳା ଜଣକ ତାଙ୍କୁ ନିଜର ହ୍ଵାଟ୍ସଆପ ନମ୍ବର ଦେଇଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ଚାଟିଙ୍ଗ ଆରମ୍ଭ ହୋଇ ଥିଲା । ଏହାର କିଛି ଦିନପରେ ୯୦ ହଜାର ୟୁରୋ ସାଥିରେ ନେଇ ସେ ସମ୍ପୃକ୍ତ ମହିଳା ଜଣଙ୍କୁ ଭେଟିବା ପାଇଁ ଭାରତ ଆସୁଥିବା ସମୟରେ ତାକୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖା ଯାଇଥିବା ମହିଳାଙ୍କୁ କହିଥିଲା । କିଛି ଟଙ୍କା ଡିପୋଜିଟ କରିବା ପରେ ସେ ସେଠାରୁ ମୁକୁଳିବ ବୋଲି ସମ୍ପୃକ୍ତ ମହିଳାଙ୍କୁ କହିଥିଲା । ଏହି ଭଳି ବିଭିନ୍ନ ପର୍ଯ୍ୟୟରେ ସେ ଟଙ୍କା ଠକି ନେଇ ଥିଲା । ଠକେଇର ଶିକାର ହୋଇ ଥିବା ଜାଣି ମହିଳା ଜଣକ ଗତ ମାସ ୧୬ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ।

Exit mobile version