Site icon ଆଜିକାଲି

ଆଜି ଦୁବାଇରେ ପାଳନ ହେବ ଓଡ଼ିଶା ଦିବସ, ପହଞ୍ଚିଲେ ବଛା ବଛା କଳାକାର

ଭୁବନେଶ୍ୱର : ଭୁବନେଶ୍ବରରୁ ଦୁବାଇକୁ ଉଡିଲା ବିମାନ । ଏହି ଐତିହାସିକ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିବାକୁ ଦୁବାଇରେ ପାଳନ କରାଯିବ ଓଡ଼ିଶା ଦିବସ । ଆଜି ଓଡ଼ିଶା ଦିବସ ପାଳନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ବଛା ବଛା କଳାକାର ମାନେ ଦୁବାଇରେ ପହଞ୍ଚି ସାରିଛନ୍ତି । ସେଠାରେ ପହଞ୍ଚିବା ପରେ ସମସ୍ତେ ନିଜ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି । ଏଭଳି ଏକ ଦିନରେ ସାମିଲ ହେବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଧନ୍ୟବାଦ ଦେଇଛନ୍ତି ।

ସେପଟେ ଦୁବାଇରେ ୫ଟି ସଚିବଙ୍କୁ ଭେଟିଛନ୍ତି ଏସଏଚଜି ମହିଳା । ଦୁବାଇ ବୁଲିବା ପୂର୍ବରୁ ସମସ୍ତଙ୍କୁ ହୋଟେଲରେ ଭେଟି ଶୁଭେଛା ଜନେଇଛନ୍ତି ୫ଟି ସଚିବ ଭି କେ ପାଣ୍ଡିଅନ । ଫାଷ୍ଟ ଫ୍ଲାଇଟ୍‌ରେ ଆସିଥିବା, ମିଶନ ଶକ୍ତି ମହିଳା, କ୍ରୀଡାବିତ୍ ଏବଂ ଅନ୍ୟ ଅତିଥି ଆଜି ଦୁବାଇ ଭ୍ରମଣ କରିଛନ୍ତି । ସନ୍ଧ୍ୟାରେ ଓଡ଼ିଶା ଦିବସ ପାଳନ କରାଯିବ । ଓଡିଶାରୁ ଆସିଥିବା କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । କାର୍ଯ୍ୟକ୍ରମରେ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ବି ଯୋଗ ଦେବେ ।

Exit mobile version