Site icon ଆଜିକାଲି

୧୦ ଦଫା ଦାବି ନେଇ ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ, ସାମିଲ ହୋଇନାହାନ୍ତି ୨୦ ଆସୋସିଏସନ

ଭୁବନେଶ୍ୱର – ୧୦ ଦଫା ଦାବି ନେଇ ଆଜିଠାରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ତେବେ କିଛି ଡ୍ରାଇଭର ଆସୋସିଏସନ, ଓଡ଼ିଶା ଘରୋଇ ବସ ମାଲିକ ସଂଘ, ରାଜ୍ୟ ଟ୍ରକ ମାଲିକ ସଂଘ ଆନ୍ଦୋଳନରେ ସାମିଲ ହୋଇନାହାନ୍ତି । ତେବେ, ସର୍ବସାଧାରଣ ପରିବହନ ବାଧାପ୍ରାପ୍ତ ଯେଭଳି ନ ହୁଏ, ତାହା ନିଶ୍ଚିତ କରିବାକୁ ସବୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଯୋଗ ଦେଉଥିବା ଡ୍ରାଇଭରମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ଆନ୍ଦୋଳନରୁ ବାଦ୍ ଦିଆଯିବ ବୋଲି ଡ୍ରାଇଭର ମହାସଂଘ କହିଛି।

ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ଭୁବନେଶ୍ୱରରେ ଲୋକେ ଯେଭଳି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ୍ ପୁଲିସ। ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ଏଣେ ଲୋକଙ୍କୁ ସହଯୋଗ ପାଇଁ ଡ୍ରାଇଭର ସଂଘକୁ ନିବେଦନ କରିବା ସହ ଉଚ୍ଚସ୍ତରୀୟ କମିଟି କରି ଦାବି ବିଚାର କରାଯିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

Exit mobile version