Site icon ଆଜିକାଲି

ନୂଆ ଭାରିଆଣ୍ଟ ପ୍ରତିହତ ପାଇଁ ବୁଷ୍ଟର ଡୋଜ ଉପରେ ଗୁରୁତ୍ବ ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କରୋନା ସଂକ୍ରମଣର ଆଉ ଏକ ଲହର ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ପୁଣି ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି । ଏହି ପରିପ୍ରେକ୍ଷୀରେ ବୁଷ୍ଟର ଡୋଜ କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

୨୮ ନଭେମ୍ବରରୁ ସରକାରୀ ଟିକାକାରଣ ବନ୍ଦ ରହିଛି। କେନ୍ଦ୍ରକୁ ଟିକା ଯୋଗାଣ ପାଇଁ ଅନୁରୋଧ କରିବୁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବା । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଟିକାକରଣ କ୍ଷେତ୍ରରେ ୮ କୋଟି ୧୪ ଲକ୍ଷ ଟିକା ଦିଆ ସରିଛି। ପ୍ରଥମ ଡୋଜ ୯୭%, ୨ୟ ଡୋଜ ୯୪% ଓ ପ୍ରିକସନ ୪୧% ଲୋକେ ନେଇଛନ୍ତି। ୨୫ ଲକ୍ଷ ଲୋକ ଦ୍ୱତୀୟ ଡୋଜ ନେଇ ନ ଥିବା ବେଳେ ୫୯% ପ୍ରିକସନ ଡୋଜ ନେଇନାହାନ୍ତି। ବର୍ତ୍ତମାନ ଟିକା ଯୋଗାଣ ନାହିଁ । ଯେତିକି ଥିଲା, ତାହା ସରିଯାଇଛି ବୋଲି ସେ କହିଛନ୍ତି । ସଂକ୍ରମଣକୁ ପ୍ରତିହତ ପାଇଁ ଓଡିଶା ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି ।

Exit mobile version