Site icon ଆଜିକାଲି

ଓଡ଼ିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ

କଟକ : ଓଡ଼ିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି। ଆସନ୍ତା ୨୦୨୩ ଜାନୁଆରି ୨ରେ ଖୋଲିବ ହାଇକୋର୍ଟ । ଶୀତ ଅବକାଶ ସମୟରେ ଡ. ଜଷ୍ଟିସ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ।

ଶୀତ ଅବକାଶ ସମୟରେ ଡିସେମ୍ବର ୨୬, ୨୭, ୨୮, ୨୯, ୩୦ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ରୁଜୁ ପାଇଁ ଅବକାଶ ଦାୟିତ୍ବରେ ଥିବା ଅଧିକାରୀ ଗ୍ରହଣ କରିବେ। ଏଥିସହିତ ଅବକାଶ ସମୟରେ ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ମଧ୍ୟ ମାମଲା ଦାଖଲ କରାଯାଇ ପାରିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ପ୍ରକାଶିତ ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଛି।

Exit mobile version