Site icon ଆଜିକାଲି

୨୮ରେ ବେଙ୍ଗାଲୁରୁରେ ଓଡିଶା ଇନଭେଷ୍ଟର୍ସ ମିଟ୍ : ମୁଖ୍ୟମନ୍ତ୍ରୀ ହେବେ ସାମିଲ


ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ସିଲିକନ ସିଟି ବେଙ୍ଗାଲୁରୁରେ ଆୟୋଜିତ ହେବ ଓଡିଶା ଇନଭେଷ୍ଟର୍ସ ମିଟ । ଏ‌ହି ନିବେଶକଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ ।ଏହି ଅବସରରେ ଶିଳ୍ପପତିଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ସନ୍ଧ୍ୟାରେ ଇନଭେଷ୍ଟର୍ସ ମିଟ୍‌ ହେବ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଥିବା ଅନୁକୂଳ ପରିବେଶ ନେଇ ଶିଳ୍ପପତିଙ୍କୁ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇରେ ଆୟୋଜିତ ହୋଇସାରିଛି ଓଡିଶା ଇନଭେଷ୍ଟର୍ସ ମିଟ୍ ।

Exit mobile version