Site icon ଆଜିକାଲି

ବାତ୍ୟା ‘ମିଗଜୋମ୍‌’ ପ୍ରଭାବରେ ଭିଜିଲା ଓଡ଼ିଶା, ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର : ବାତ୍ୟା ‘ମିଗଜୋମ୍‌’ ପ୍ରଭାବରେ ଭିଜିଲା ଓଡ଼ିଶା । ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । କୋଟିଆରେ ଭୂସ୍ଖଳନ ସହ ପାହାଡ଼ ଉପରୁ ଧସିଲା ପଥର । ଅଶାନ୍ତ ରହିବ ସମୁଦ୍ର, ମତ୍ସଜୀବୀଙ୍କୁ ବାରଣ । ଆଜି ୪ ଜିଲ୍ଲା ପାଇଁ ୟଲୋ ଆଲର୍ଟ ଜାରି କରାଯାଇଛି । ଗଜପତି ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ପ୍ରଭାବ ପକାଇଛି।

କୋରାପୁଟ ଜିଲ୍ଲା କୋଟିଆରେ ଭୂସ୍ଖଳନ ସହ ପାହାଡ଼ ଉପରୁ ପଥର ଧସିଛି । ବୁଧବାର ୩୩ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୭୩.୨ ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ଗୋପାଳପୁରରେ ୫୩.୧, ଭୁବନେଶ୍ବରରେ ୨୧.୫, ନୂଆପଡ଼ାରେ ୩୮.୮, ନବରଙ୍ଗପୁରରେ ୨୭, ଖୋର୍ଦ୍ଧାରେ ୨୩, ମାଲକାନଗିରିରେ ୩୦ ବର୍ଷ ରେକର୍ଡ ।

Exit mobile version