Site icon ଆଜିକାଲି

ସ୍କଚ୍ ‘ଷ୍ଟେଟ୍ ଅଫ୍ ଗଭର୍ଣ୍ଣାନସ’ରେ ଓଡ଼ିଶା ନମ୍ବର ୱାନ୍

ଭୁବନେଶ୍ୱର – ସମ୍ମାନଜନକ ସ୍କଚ୍ ‘ଷ୍ଟେଟ୍ ଅଫ୍ ଗଭର୍ଣ୍ଣାନସ’ ୨୦୨୩ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ସରକାର ସୁଶାସନରେ ଏକ ନମ୍ବର ହୋଇଛି।

ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ୨୦୨୨ରେ ସୁଶାସନ ରାଙ୍କିଂରେ ଓଡ଼ିଶା ୫ ନମ୍ବରରେ ଥିବା ବେଳେ ୨୦୨୩ରେ ଓଡ଼ିଶା ଏକ ନମ୍ବରରେ ପହଞ୍ଚି ପାରିଛି । ସ୍କଚ୍ ସର୍ଭେକ୍ଷଣ ଅନୁସାରେ ନବୀନ ସରକାର ବିପର୍ଯ୍ୟୟ ପରିଚାଳନା, ଶିକ୍ଷା, ଭିତ୍ତିଭୂମି, ଜଳଯୋଗାଣ, ଖଣି, ସଂଖ୍ୟାଲଘୁ ବ୍ୟାପାର କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ତେଣୁ ସୁଶାସନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ରାଙ୍କିଂ ଏଥର ଏକ ନମ୍ବରରେ ରହିଛି। ଏହି ରାଙ୍କିଂରେ ଉତ୍ତର ପ୍ରଦେଶ ଦ୍ୱିତୀୟ, ଆନ୍ଧ୍ର ପ୍ରଦେଶ ତୃତୀୟ, ମହାରାଷ୍ଟ୍ର ଚତୁର୍ଥ ଓ ଗୁଜରାଟ ପଞ୍ଚମ ସ୍ଥାନରେ ଅଛି ।

Exit mobile version