Site icon ଆଜିକାଲି

ବିବାହ ପ୍ରଲୋଭନ ଦେଖାଇ ଅନେକ ମହିଳାଙ୍କ ଶୋଷଣ, ଗିରଫ ହେଲା ଠକ ବିରଞ୍ଚି

କଟକ: ବିବାହ ପ୍ରଲୋଭନ ଦେଖାଇ ଅନେକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣାରେ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ। ବିବାହ ମାଟ୍ରିମନି ସାଇଟ୍‌ରେ ଆକାଉଣ୍ଟ ଖୋଲି ନିଜକୁ ଏକ ଉଚ୍ଚ ପଦସ୍ତ ଅଧିକାରୀ କହି ମଧ୍ୟବିତ୍ତ ଶ୍ରେଣୀର ମହିଳାମାନଙ୍କୁ କରୁଥିଲା ଶୋଷଣ। ବିଧବା, ସ୍ୱାମୀ ପରିତ୍ୟକ୍ତା, ଅବିବାହିତ ଝିଅମାନଙ୍କୁ ଟାର୍ଗେଟ କରୁଥିଲା ବିରଞ୍ଚି। ତେବେ ଅଭିଯୁକ୍ତକୁ ଶୁକ୍ରବାର ଗିରଫ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ରାଜ୍ୟ କ୍ରାଇମବ୍ରାଞ୍ଚ।

Exit mobile version