Site icon ଆଜିକାଲି

ମଧ୍ୟାହ୍ନଭୋଜନ ପାଚିକା ସହାୟୀକା ମାନଙ୍କ ବିକ୍ଷୋଭ

କେନ୍ଦୁଝର, ଆଜି କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ମଧ୍ୟାହ୍ନଭୋଜନ ପାଚିକା ସହାୟୀକା ମାନେ । ସହରର କାଳିପଡ଼ିଆ ଠାରୁ ଶହ ଶହ ସଂଖ୍ୟାରେ ପାଚିକା ସହାୟିକା ମାନେ ବିରାଟ ପଟୁଆରରେ ଆସି ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶିକ୍ଷାଅଧିକାରୀଙ୍କୁ ଏକ ୯ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଥିଲେ । ଦାବୀ ଗୁଡ଼ିକ ହେଲା ପାଚିକା ସହାୟିକା ମାନଙ୍କୁ ସର୍ବନିମ୍ନ ମାସିକ ବେତନ ଟ. ୨୬୦୦୦/- ଟଙ୍କା ପ୍ରଦାନ କରାଯାଉ,ମଧ୍ୟାହ୍ନଭୋଜନ କର୍ମୀ ମାନଙ୍କୁ ବର୍ଷକୁ ୧୦ ମାସ ପରିବର୍ତେ ୧୨ ମାସର ବେତନ ଦିଆଯାଉ, ମଧ୍ୟାହ୍ନଭୋଜନ କର୍ମୀଙ୍କ ଅବସର କାଳୀନ ବୟସ ୬୨ ବର୍ଷକୁ ବୃଦ୍ଧି କରାଯାଉ, ମଧ୍ୟାହ୍ନଭୋଜନ ଯୋଜନାକୁ ସରକାର ଘରୋଇକରଣ କରିବା ବନ୍ଦ କରନ୍ତୁ, ମଧ୍ୟାହ୍ନଭୋଜନ କର୍ମୀମାନଙ୍କୁ ଶିକ୍ଷା ବିଭାଗର କର୍ମୀ ଭାବେ ଘୋଷଣା କରାଯାଉ, ଅବସର କାଳୀନ ପେନସନ ମାସିକ ୧୦୦୦୦/- ଟଙ୍କା ପ୍ରଦାନ କରାଯାଉ,ମଧ୍ୟାହ୍ନଭୋଜନ କର୍ମୀମାନଙ୍କୁ ପି. ଏଫ., ଇ. ଏସ. ଆଇ., ଜୀବନ ବୀମା, ଗ୍ରାଚ୍ୟୁଇଟି ଆଦି ସାମାଜିକ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ କରାଯାଉ, ସମସ୍ତ ବିଦ୍ୟାଳୟ ମାନଙ୍କରେ ଫାଷ୍ଟ –ଏଡ୍ ବକ୍ସ ବ୍ୟବସ୍ଥା କରାଯାଉ, ୨୮ ମାସର ବକେୟା ଦରମା ଯେଉଁ ମାନଙ୍କୁ ମିଳିନାହିଁ , ତୁରନ୍ତ ପେମେଣ୍ଡ କରିବା ବନ୍ଦୋବସ୍ତ କରାଯାଉ ପରି ୯ ଦଫା ଦାବି କରିଛି ସଂଘ । ଓଡ଼ିଶା ମଧ୍ୟାହ୍ନଭୋଜନ କର୍ମଚାରୀ ସଂଘ ର ରାଜ୍ୟ କମିଟି ର କାର୍ଯ୍ୟକାରୀ ସଭାପତି ଶ୍ରୀ ଇନ୍ଦ୍ରମଣୀ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ ହେବା ସହିତ ରାଜ୍ୟ ସରକାର ଯଦି ଏହି ସମସ୍ତ ଦାବୀ ଗୁଡିକୁ ପୁରାଣ ନକରନ୍ତି ତାହାହେଲେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ଶ୍ରୀ ବେହେରା ।

Exit mobile version