Site icon ଆଜିକାଲି

ପେଟ୍ରୋଲିୟମ ଡିଲର ସଂଘ ଓଡ଼ିଶାର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

କେନ୍ଦୁଝର : କେନ୍ଦୁଝର ସହର ଢାଙ୍ଗରପଡା ନିକଟସ୍ଥ ଅମ୍ବିକା ମଣ୍ଡପ ପରିସରରେ ପେଟ୍ରୋଲିୟମ ଡିଲର ସଂଘ ଓଡ଼ିଶାର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ବୈଠକରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି କର୍ଣ୍ଣାଟକ ରାଜ୍ୟ ସିଆଇପିଡିଏର ଉପଦେଷ୍ଟା ଲୋକେଶ ମଲାଙ୍ଗୀ ଯୋଗ ଦେଇ ପେଟ୍ରୋଲିୟମ ଡିଲରଙ୍କୁ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ପ୍ରଧାନମନ୍ତ୍ରୀ କୃଷକ ବୀମା ଯୋଜନାରେ କିପରି ସଫଳ ରୂପାୟନ ହୋଇପାରିବ ତଥା ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ସହିତ ଡିଲର ନୀତିନିୟମ ଉପରେ ବିସ୍ତୃତ ଭାବେ ଅବଗତ କରିଥିଲେ।

ସମ୍ମାନିତ ଅତିଥି ଭାବେ ସଂଘର ରାଜ୍ୟ ସମ୍ପାଦିକା ବିଜୟଲକ୍ଷ୍ମୀ ସେଠୀ, ଉପ-ସଭାପତି ଶ୍ରୀରାମ ସାହୁ, ଦୈନିକ ସମ୍ବାଦପତ୍ର ‘ଆଜିକାଲି’ର ପରିଚାଳନା ସମ୍ପାଦକ ତଥା ବାଲେଶ୍ୱର ଜଗନ୍ନାଥ ସର୍ଭିସ ଷ୍ଟେସନର ନିର୍ଦ୍ଧେଶକ ଡ. ଲଷ୍ମୀନାରାୟଣ ମହାନ୍ତି, କେନ୍ଦୁଝର ପୌରପାଳିକାର ପୌରାଧ୍ୟକ୍ଷ ନିକୁ ସାହୁ, ବିଏସ ପେଟ୍ରୋଲ ପମ୍ପର ଦୀପକ କୁମାର ସାହୁ, ବିକାଶ ମହାନ୍ତି, ସଂଘର କେନ୍ଦୁଝର ସମ୍ପାଦକ ଶଙ୍କର୍ଷଣ ବେହେରା, କଟକର ବିନୋଦ କୁମର ଟିବ୍ରିୱାଲ ପ୍ରମୁଖ ମଞ୍ଚାସିନ ରହି ଡିଲରଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ନୂତନ ନିୟମାବଳୀ ଉପରେ ଅବଗତ ହେବା ସହିତ ମତାମତ ରଖିଥିଲେ। ଏହି ପେଟ୍ରୋଲିୟମ ଡିଲର ସଂଘ ଓଡିଶା ର ବାର୍ଷିକ ସାଧାରଣ ବୈଠକରେ ଆଇଓସିଏଲ, ବିପିସିଏଲ ଏବଂ ଏଚପିସିଏଲ କମ୍ପାନୀର ଡିଲର ମାନେ ସାମିଲ ହୋଇଥିଲେ।

Exit mobile version