Site icon ଆଜିକାଲି

ଗୁଡି ଉଡାଇବା ପାଇଁ ଗାଇଡ୍‌ଲାଇନ୍‌, ବିପଦଜନକ ମାଞ୍ଜା ସୂତା ବିକ୍ରି ଉପରେ ରୋକ୍‌

କଟକ : ଗୁଡି ଉଡାଇବା ପାଇଁ ଗାଇଡ୍‌ଲାଇନ୍। ବିପଦଜନକ ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର ଉପରେ ଲାଗିବ ରୋକ୍। ଗୁଡ଼ି ଉଡ଼ାଇବା ବେଳେ ନିୟମ ଅବମାନନା କଲେ ହେବ କାର୍ଯ୍ୟନୁଷ୍ଠାନ। ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଦିଆଗଲା ଓଡିଶା ପୋଲିସର ପରାମର୍ଶ। ଟ୍ବିଟ୍ କରି ସୂଚନ ଦେଲା ଓଡ଼ିଶା ପୋଲିସ।

ଓଡ଼ିଶା ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଗୁଡ଼ି ଉଡ଼ାଇବା ବେଳେ ବିପଦଜନକ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ୍ କରାଯାଇଛି। ବିପଦଜନକ ମାଞ୍ଜା ସୂତା ଲଗାଇ ଗୁଡ଼ି ଉଡ଼ାଇବାରୁ ନିବୃତ୍ତ କୁହାଯାଇଛି। ବିପଜ୍ଜନକ ମାଞ୍ଜା ସୂତା ବ୍ୟବହାର ନକରି ସାଧାରଣ ସୂତାରେ ଗୁଡି ଉଡାଇବରକୁ ଅପିଲ୍ କରାଯାଇଛି। ଏଥିସହିତ ମାଞ୍ଜା ସୂତା ବିକିଲେ କି ଗୁଡି ଉଡାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସତର୍କ କରାଯାଇଛି।

Exit mobile version