Site icon ଆଜିକାଲି

ଓଡ଼ିଶା ପୁଲିସର ସ୍ବତନ୍ତ୍ର ଦିନ; ବିଭିନ୍ନ ଜିଲ୍ଲାରେ ପାଳିତ ହେଲା ୮୯ତମ ପୁଲିସ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଓଡ଼ିଶା ପୁଲିସ ପାଇଁ ସ୍ବତନ୍ତ୍ର ଦିନ। ଆଜି ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ହୋଇଥିବାବେଳେ ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୯ ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଜିର ଦିନ ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନ ସମୟରେ ଆଇନ ଶୃଙ୍ଖଳାରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଗଠିତ ହୋଇଥିଲା ପୁଲିସ ବିଭାଗ। ସେହି ଦିନଠାରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି ପୁଲିସ ବିଭାଗ। ଏହି ଅବସରରେ କର୍ତ୍ତବ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ କୃତି କର୍ମଚାରୀଙ୍କୁ ସମ୍ମାନୀତ ଓ ପୁରସ୍କୃତ କରାଯାଇଥିଲା।

FacebookTwitterLinkedinWhatsapp
Exit mobile version