Site icon ଆଜିକାଲି

ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନ କରିବାକୁ ଓଡିଶା ପୋଲିସର ସତର୍କବାଣୀ

ଭୁବନେଶ୍ୱର : ସାଇବର ଠକେଇ ନେଇ ଓଡିଶା ପୋଲିସର ସତର୍କ ସୂଚନା । ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନକରିବାକୁ ଆହ୍ୱାନ ଦେଇଛି ଓଡ଼ିଶା ପୋଲିସ। । ଷ୍ଟେସନ କିମ୍ବା ୟୁଏସବି ପାୱାର ଷ୍ଟେସନରେ ସ୍ମାର୍ଟଫୋନ ଚାର୍ଜ ନକରିବାକୁ ଟ୍ୱିଟ କରି ସର୍ତକ କରାଇଛି ଓଡ଼ିଶା ପୋଲିସ । ଏପରି କଲେ ସାଇବର ଠକ ବ୍ୟକ୍ତିଗତ ତଥ୍ୟ ଚୋରାଇ ନେବାର ସମ୍ଭାବନା ଅଧିକ ରହିଛି । ସାଇବର ଠକ, ମୋବାଇଲରେ ନିଷିଦ୍ଧ ଆପ୍ ଇନଷ୍ଟଲ କରି ସବୁ ଡାଟା ନେଇଯାଇପାରନ୍ତି ବୋଲି ସତର୍କ କରାଇଛି ପୋଲିସ ।

Exit mobile version