Site icon ଆଜିକାଲି

ଓଡ଼ିଶାର ସ୍କ୍ରବ୍ ଟାଇଫସ ମୁକାବିଲା ପଦକ୍ଷେପକୁ କେନ୍ଦ୍ରୀୟ ଟିମର ପ୍ରଶଂସା: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ସ୍କ୍ରବ ଟାଇଫସ ରୋଗ ନେଇ ନୂଆ ତଥ୍ୟ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଦୁଇ ତିନିଟି ଜିଲ୍ଲାକୁ ଛାଡ଼ିଦେଲେ ବାକି ଜିଲ୍ଲାକୁ ସ୍କ୍ରବ ଟାଇଫସ ବ୍ୟାପିଗଲାଣି ବୋଲି ସେ ସୂଚନା ଦେଇଛନ୍ତି। ଗ୍ରାମାଞ୍ଚଳ ସହ ସହରାଞ୍ଚଳକୁ ମଧ୍ୟ ଏହି ରୋଗ ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ ଟାଇଫସ ପରୀକ୍ଷା ହୋଇଛି । ଏଥିରୁ ୨୮୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରୀୟ ଟିମ ସ୍କ୍ରବ ଟାଇଫସ ସ୍ଥିତିର ସମୀକ୍ଷା କରିବାକୁ ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଜିଲ୍ଲା ସହ ବୁର୍ଲା ମେଡିକାଲ ମେଡିକାଲ ଯାଇଥିଲେ । ସେମାନେ ଓଡ଼ିଶାର ମୁକାବିଲା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କାରଣ ୨୦୧୯ରୁ ଓଡ଼ିଶା ସ୍କ୍ରବ ଟାଇଫସ ଟେଷ୍ଟିଙ୍ଗ କରୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Exit mobile version