Site icon ଆଜିକାଲି

ଆଜିଠୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘର ଧର୍ମଘଟ : ସମର୍ଥନ ଦେବେନି ବସ୍‌-ଟ୍ରକ୍ ମାଲିକ ସଂଘ, ସ୍ୱାଭାବିକ ରହିବ ଗାଡ଼ି ଚଳାଚଳ

ଭୁବନେଶ୍ବର: ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କ ଲାଗି କରାଯାଇଥିବା କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ଆଜିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି । ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି । ଏହାକୁ ନେଇ ଚିନ୍ତା ବଢ଼ିଛି। କାରଣ ଯୋଗାଣ ପ୍ରଭାବିତ ହେଲେ ସନ୍ଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି । ଏହାଦ୍ୱାରା ଲୋକେ ତ ହଇରାଣ ହେବେ, ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି ।

ତେବେ ସୋମବାର ହେବାକୁ ଥିବା ଏହି ଧର୍ମଘଟ ଡାକରାକୁ ସମର୍ଥନ ଦେବେନି ରାଜ୍ୟ ବସ୍‌ ଏବଂ ଟ୍ରକ୍‌ ମାଲିକ ମହାସଂଘ। ଏନେଇ ସଂଘ ତରଫରୁ ଉଭୟ ସଂଘ ତରଫରୁ ସୂଚନା ଦିଆଯାଇଛି। ସାଧାରଣ ଲୋକ ଭୟଭୀତ ହେବାର କାରଣ ନାହିଁ । ରାଜ୍ୟରେ ଟ୍ରକ ଚଳାଚଳ ସ୍ୱାଭାବିକ ରହିବ ବୋଲି ସୂଚନା ଦେଇଛନ୍ତି ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ପୂର୍ବତନ ଉପସଭାପତି ତଥା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ। ସେହିଭଳି ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ବସ୍ ଚଳାଚଳ ସ୍ବଭାବିକ ରହିବ ବୋଲି କହିଛନ୍ତି ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ।

ସୂଚନାଯାଗ୍ୟ, ଡ୍ରାଇଭରଙ୍କ ପାଇଁ କଡ଼ା ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ଏମିତିକି ସୋମବାର ଠାରୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି । ଯାହାକୁ ନେଇ ଚିନ୍ତା ବଢ଼ିଛି। କାରଣ ଯୋଗାଣ ପ୍ରଭାବିତ ହେଲେ ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି । ଏହାଦ୍ୱାରା ଲୋକେ ତ ହଇରାଣ ହେବେ, ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି । ରାଜଧାନୀ ଭୁବନେଶ୍ଵର ର ବିଭିନ୍ନ ତେଲ ଟାଙ୍କିରେ ଲୋକଙ୍କ ଭିଡ଼ ସହ ଆବଶ୍ୟକତାଠୁ ଅଧିକ ତେଲ ପକାଇଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଶନିବାର ମଧ୍ୟ କେନ୍ଦ୍ରୀୟ ଆଇନକୁ ବିରୋଧ କରି ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟୀ କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ଟ୍ରକ୍ ଡ୍ରାଇଭରଙ୍କ ସହ ଶନିବାର ଠାରୁ ଆନ୍ଦୋଳନରେ ସାମିଲ ହୋଇଥିଲେ ବସ୍ ଡ୍ରାଇଭର । ଯାହା ପାଇଁ ସାରା ରାଜ୍ୟରେ ବସ୍ ଚଳାଚଳ ପ୍ରଭାବିତ ହୋଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି ମହାସଂଘ।

Exit mobile version