Site icon ଆଜିକାଲି

ପ୍ରତିଷ୍ଠା ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଯୋଗାଇ ଦିଆଯିବ ଗୁଣାତ୍ମକ ସ୍ୱାସ୍ଥ୍ୟ ଶିକ୍ଷା

ଭୁବନେଶ୍ୱର : ଆଜି ଠାରୁ ପ୍ରତିଷ୍ଠା ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ। ଏ ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହାର ହେଡକ୍ୱାର୍ଟର ଭୁବନେଶ୍ୱରରେ ରହିବ । ଏହି ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗୁଣାତ୍ମକ ସ୍ୱାସ୍ଥ୍ୟ ଶିକ୍ଷା ଯୋଗାଇ ଦିଆଯିବ । ଏଲୋପ୍ୟାଥି, ହୋମିଓପାଥି, ଆୟୁର୍ବେଦ, ନର୍ସିଂ, ଲ୍ୟାବ ଟେକ୍ନୋଲୋଜି ଓ ଅନ୍ୟ ପାରା ମେଡିକାଲ ସାଇନସ୍ ବିଷୟରେ ଶିକ୍ଷା ସର୍ବୋତ୍କୃଷ୍ଟ ଶିକ୍ଷା ଦିଆଯାଇପାରିବ । ଏହି ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ପରିଚାଳିତ ହେବ ।

Exit mobile version