Site icon ଆଜିକାଲି

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ। ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ବିଇଓ ଶାନ୍ତନୁ ମଲ୍ଲିକ ।

ପରେ ଶିକ୍ଷାଧିକାରୀଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଭଦ୍ରକ ସ୍ଥିତ ବିଇଓଙ୍କ ଘର, ହିନ୍ଦୋଳ କାର୍ଯ୍ୟାଳୟ ଓ ଖଜୁରିଆପଡା ଭଡ଼ା ଘରେ ଚଢ଼ାଉ ହୋଇଛି। ସଂପୃକ୍ତ ଶିକ୍ଷକଙ୍କ ମାସିକ ଦରମା ବଢ଼ାଇବା ପାଇଁ ବିଇଓ ଶାନ୍ତନୁ ମଲ୍ଲିକ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ବିଇଓଙ୍କ ପାଖରୁ ନଗଦ ୯୧ ହଜାର ଟଙ୍କା ଜବତ କରାଯାଇଛି।

Exit mobile version