Site icon ଆଜିକାଲି

ବନ୍ଧାହେଲେ ଖଡ଼ିଆଳ ବିଡିଓ ନାରାୟଣ ସାହୁ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କୁ ଗିରଫ କରାଯାଇଛି । ତାଙ୍କୁ କୋର୍ଟ ଚାଲାଣ କରାଯାଇ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଥିଲା । ଏହି ମାସ ୩୧ ତାରିଖ ଯାଏଁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ ।

ବିଭିନ୍ନ ଠିକଣାରେ ଚଢ଼ାଉ ପରେ ବିଡିଓ ଓ ତାଙ୍କ ସଂପର୍କୀୟଙ୍କ ବିପୁଳ ପରିମାଣର କଳାଧନ ଠାବ କରିଛି ଭିଜିଲାନ୍ସ ଟିମ୍ । ଆୟଠାରୁ ୧୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ‌ହୋଇଛି । ବଲାଙ୍ଗୀର ସହରରେ ୮୮ ଲକ୍ଷ ଟଙ୍କାର ଗୋଟିଏ ଦୁଇ ମହଲା କୋଠା, ବଲାଙ୍ଗୀର ଆଖପାଖରେ ଜମିପ୍ଲଟ, ନଗଦ ୩ ଲକ୍ଷ ୯୯ ହଜାର ଟଙ୍କା, ୧୩ ଲକ୍ଷ ୪୯ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଡିପୋଜିଟ , ୩୬ ଲକ୍ଷ ଟଙ୍କାର ୭୪୬ ଗ୍ରାମ ସୁନା ଅଳଙ୍କାର ଓ ୭୨୦ ଗ୍ରାମର ରୁପା ଅଳଙ୍କାର , ୧୪ ଲକ୍ଷ ୩୮ ହଜାର ମୂଲ୍ୟୟ ଗୋଟିଏ ହ୍ୟୁଣ୍ଡାଇ କ୍ରେଟା ଓ ଦୁଇଟି ଦୁଇଚକିଆ ଗାଡ଼ି ସମେତ ଅନ୍ୟାନ୍ୟ ସାମଗ୍ରୀ ଠାବ କରିଛି ଭିଜିଲାନ୍ସ।

Exit mobile version