Site icon ଆଜିକାଲି

ବେଆଇନ ସଂପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସ ଦେଶରେ ଏକ ନମ୍ବ

ଭୁବନେଶ୍ୱର :ପୂର୍ବଭଳି ଏଥର ମଧ୍ୟ ପୁଣି ଦେଶରେ ଶ୍ରେଷ୍ଠ ହୋଇଛି ଓଡ଼ିଶା ଭିଜିଲାନ୍ସ । ୨୦୨୨ ମସିହାରେ ଦେଶରେ ସର୍ବାଗ୍ରେ ରହିଛି ଓଡିଶା। ଏହିପରି ଭାବେ ଗତ ୫ ବର୍ଷ ହେବ ଓଡ଼ିଶା ଭିଜିଲାନ୍ସ ନମ୍ବର ୱାନ ହୋଇ ଚାଲିଛି । ଏନସିଆରବି ତଥ୍ୟ ଅନୁସାରେ ଦେଶରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ୩୭୨ଟି ମାମଲା ରୁଜ୍ଜୁ ହୋଇଛି। ସେଥିରୁ ଓଡ଼ିଶାରେ ରୁଜୁ ହୋଇଛି ୮୫ଟି ଡିଏ କେସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କର୍ଣ୍ଣାଟକ ଦ୍ବିତୀୟ ସ୍ଥାନରେ ରହିଛି । ୫୬ଟି ଭଜିଲାନ୍ସ ମାମଲା ରୁଜୁ ହୋଇଛି । ବିହାରରେ ୪୮ ଟି ଡିଏ କେସ ହୋଇ ତୃତୀୟ ସ୍ଥାନରେ ରହିଛି। ଷଷ୍ଠ ସ୍ଥାନରେ ପଶ୍ଚିମବଙ୍ଗ ଥିବା ବେଳେ ଦଶମ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ ।

ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ମଧ୍ୟ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(NCRB) ତଥ୍ୟ। ଯେଉଁଥିରେ ଆୟ ବହିର୍ଭୂତ ସମ୍ପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସ ଦେଶରେ ସବୁଠୁ ଆଗରେ ରହିଛି।

ରୁଜୁ ହୋଇଥିବା ଭିଜିଲାନ୍ସ ମାମଲାରୁ ଏହା ଜଣାପଡିଛି ଯେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରିବାରେ ରେକର୍ଡ କରିଛି ଓଡ଼ିଶା ଭିଜିଲାନ୍ସ। ୨୦୨୨ରେ ଓଡ଼ିଶା ଭିଜିଲାନ୍ସ ସେଲ୍ ପକ୍ଷରୁ ସର୍ବାଧିକ ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଛି, ଯାହା କି ଦେଶରେ ସର୍ବାଧିକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

୨୦୨୨ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବାରେ ଓଡ଼ିଶା ଭିଜିଲାନ୍ସ ଦେଶରେ ପ୍ରଥମ ସ୍ଥାନରେ ଥିବା ବେଳେ କର୍ଣ୍ଣାଟକ ଓ ବିହାର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଏନସିଆର ବି ତଥ୍ୟ ଅନୁସାରେ କର୍ଣ୍ଣାଟକରେ ୫୬ ଓ ବିହାରର ୪୮ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରାଯାଇଛି। ଏହାଛଡା ଗତବର୍ଷ ଲାଞ୍ଚ ଗ୍ରହଣ କରୁଥିବା ବେଳେ ୧୧୮ ଜଣ ସରକାରୀ କର୍ମଚାରୀଙ୍କୁ ଧରିଥିଲା ଓଡ଼ିଶା ଭିଜିଲାନ୍ସ ।

Exit mobile version