Site icon ଆଜିକାଲି

ରିମାଣ୍ଡରେ ଆଣି ଆରଡବ୍ଲୁଏସଏସ ଯନ୍ତ୍ରୀଙ୍କୁ ଜୋରଦାର ଜେରା କରୁଛି ଭିଜିଲାନ୍ସ

ଭୁବନେଶ୍ବର : ଖୋଲୁଛି ଆରଡବ୍ଲୁଏସଏସର ଭୁବନେଶ୍ବର ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କ ଗୁମର । ରିମାଣ୍ଡର ପ୍ରଥମ ଦିନରେ ଭିଜିଲାନ୍ସ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଆଜି ନିହାର ଓ ତାଙ୍କ ପତ୍ନୀଙ୍କୁ ମୁହାଁମୁହିଁ ଜେରା କରିବ ଭିଜିଲାନ୍ସ । ନିହାରଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ସଂପର୍କିତ ଚଢ଼ାଉ ବେଳେ ୩୮ଟି କ୍ରିପ୍ଟୋ ଓ୍ବାଲେଟ ମିଳିଥିବା ବେଳେ, ଗତକାଲି ମିଳିଥିଲା ୫୦ଟି ଓ୍ବାଲେଟ୍ । ମୁମ୍ବାଇରୁ ଆସି ଖୋଳତାଡ଼ କରୁଛନ୍ତି କ୍ରିପ୍ଟୋ କରେନ୍ସି ବିଶେଷଜ୍ଞ । ସ୍ତ୍ରୀଙ୍କ ନାଁରେ ନିହାର କ୍ରିପ୍ଟୋ କରେନ୍ସିରେ ୬ କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି।

୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ବାବୁଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । ସମ୍ବଲପୁରରେ ତାଙ୍କର ଥିଲା ୮ଟି ପ୍ଲଟ, ଭୁବନେଶ୍ବରରେ ଥିଲା ଫ୍ଲାଟ । ଭିଜିଲାନ୍ସକୁ ଚକମା ଦେବାକୁ ସେ ଫୋପାଡ଼ି ଦେଇଥିଲେ ମୋବାଇଲ । ସମ୍ବଲପୁର, ବରଗଡ଼ ଓ ଭୁବନେଶ୍ବରରେ ହୋଇଥିଲା ମାରାଥନ ରେଡ୍ । ପୁଅ ନାଁରେ ନିହାର ସେୟାର ମାର୍କେଟରେ ଟଙ୍କା ଲଗାଇଗଥିବା ଭିଜିଲାନ୍ସ ପ୍ରମାଣ ପାଇଛି ।

Exit mobile version