Site icon ଆଜିକାଲି

ଆଜିଠୁ ପୁଣି ଭିଜିବ ଓଡ଼ିଶା, ଚାରି ଦିନ ଯାଏ ବର୍ଷିବ

ଭୁବନେଶ୍ୱର : ଆଜିଠୁ ପୁଣି ଭିଜିବ ଓଡ଼ିଶା । ଚାରି ଦିନ ଯାଏ ବର୍ଷିବ । ପ୍ରବଳ ବର୍ଷା ନେଇ ଆଜି ପାଇଁ ୭ ଜିଲା କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଚି ପାଣିପାଗ ବିଭାଗ । ଆସନ୍ତାକାଲି ବଢ଼ିବ ବର୍ଷା ବିସ୍ତୃତି । ମଙ୍ଗଳବାରଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୫ ତାରିଖରେ ୧୫ ଜିଲାକୁ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ମଙ୍ଗଳବାର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଏହାର ପ୍ରଭାବରେ ବର୍ଷା ପରିମାଣ ବଢ଼ିବ।

Exit mobile version