Site icon ଆଜିକାଲି

ଆଗାମୀ ୧୦ ବର୍ଷ ହକି ପ୍ରାୟୋଜକ ହେବ ଓଡ଼ିଶା

ଭୁବନେଶ୍ୱର : ୨୦୨୩-୩୩ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ଓଡ଼ିଶା ପ୍ରାୟୋଜକ ରହିବ । ଏନେଇ ସୋମବାର ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୧୮ରେ ଓ ଉଭୟ ଜାତୀୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ରହିଥିଲା ବେଳେ ୨୦୨୩ରେ ଏହି ପ୍ରାୟୋଜକ ଅବଧି ଶେଷ ହେଉଥିଲା । ଏହି ପ୍ରାୟୋଜକ ହେବା ନିମନ୍ତେ ଓ ଖଣି ନିଗମ(ଓଏମସି) ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଥିଲା । ଯାହାକୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ଦେଇଛନ୍ତି।

ସୂଚନା ଯେ, ଓଡ଼ିଶା ପୂର୍ବରୁ ଦୁଇଥର ହକି ବିଶ୍ୱକପ୍‌ର ଆୟୋଜନ କରି ସାରା ବିଶ୍ୱରେ ପ୍ରଶଂସା ସାଉଁଟିଛି। ଖେଳରେ ରାଜ୍ୟକୁ ପୁରଷ୍କାର ବି ମିଳିଛି। ଓଡିଶାକୁ ହକି ହବ୍‌ରେ ପରିଣତ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି।

Exit mobile version