Site icon ଆଜିକାଲି

“ଓଡ଼ିଶା ୱିମେନ୍ ଇନ୍ ମିଡିଆ”ର ଶୁଭାରମ୍ଭ

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଏବଂ ଏହି କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟରତ ମହିଳାମାନଙ୍କୁ ନେଇ ଗଠନ ହୋଇଥିବା “ଓଡ଼ିଶା ୱିମେନ୍ ଇନ୍ ମିଡିଆ” (ଓଡବ୍ଲୁଏମ୍‌)ର ଶୁଭାରମ୍ଭ । ଏଥିସହ ଏହାର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛି ।

ଏହି କ୍ଷେତ୍ର ସହିତ ଜଡ଼ିତ ମହିଳାମାନଙ୍କ ସୁବିଧା ସୁଯୋଗ, ସ୍ୱାର୍ଥ ଓ ସୁରକ୍ଷାକୁ ନେଇ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ଫୋରମ୍‌କୁ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତି ସୁଲୋଚନା ଦାସ ଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତି ମିନତୀ ବେହେରା ସ୍ୱତନ୍ତ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିବା ସହ ଏହାର ଲୋଗୋକୁ ମଧ୍ୟ ଉନ୍ମୋଚନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତି କସ୍ତୁରୀ ରାୟ, ଉପାଧ୍ୟକ୍ଷା ଶ୍ରୀମତି ଶାରଦା ଲାହଙ୍ଗିର୍‌, ସମ୍ପାଦିକା ଶ୍ରୀମତି ମିନତୀ ସିଂହାଙ୍କ ସହିତ ଟ୍ରଷ୍ଟର ସଦସ୍ୟ ଏବଂ ଶତାଧିକ କାର୍ଯ୍ୟରତ ମହିଳା ଯୋଗ ଦେଇଥିଲେ ।

Exit mobile version