Site icon ଆଜିକାଲି

ପିପିପି ମୋଡରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପ୍ରକଳ୍ପରେ ଓଡ଼ିଶାର ୫ ବତୀଘର

ଭୁବନେଶ୍ବର : ସରକାରୀ -ଘରୋଇ ଭାଗୀଦାରୀ -ପିପିପିରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ବତୀଘର ମଧ୍ୟରୁ ଓଡ଼ିଶାର ୫ଟି ବତୀଘରକୁ ସାମିଲ କରାଯାଇଛି। ରାଜ୍ୟର ଗୋପାଳପୁର, ହାଉସ୍‌, ପୁରୀ, ଚନ୍ଦ୍ରଭାଗା, ପାରାଦୀପ, ଫଲ୍ସ ପଏଣ୍ଟ ବତୀଘରକୁ ସାମିଲ କରାଯାଇଛି।

ଏହି ପ୍ରକଳ୍ପରେ ଗୁଜରାଟର ୧୩, ତାମିଲନାଡୁର ୧୧, କେରଳର ୧୦, ଆନ୍ଧ୍ର ପ୍ରଦେଶର ୯, ମହାରାଷ୍ଟ୍ରର ୫, କର୍ଣ୍ଣାଟକର ୫, ପଶ୍ଚିମବଙ୍ଗ ୩, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୨ଟି ବତୀଘର ସାମିଲ ହୋଇଛି । ଲାକ୍ଷାଦ୍ୱୀପ ଏବଂ ଗୋଆରେ ଗୋଟିଏ ଲେଖାଏଁ ବତୀଘର ଚିହ୍ନଟ କରାଯାଇଛି। ଡଲଫିନ୍ ନୋଜ୍ ଲାଇଟ୍ ହାଉସ୍‌କୁ ସୁରକ୍ଷା ଦୃଷ୍ଟିକୋଣରୁ ବାଦ୍ ଦିଆଯାଇଛି।

FacebookTwitterLinkedinWhatsapp
Exit mobile version