Site icon ଆଜିକାଲି

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ୨୦୨୪ ପାଳନ ଅବସରରେ ପ୍ରତ୍ୟେକ ବିଦ୍ୟାଳୟ ଓସରକାରୀ କାର୍ଯାଳୟ “ବନ୍ଦେ ଉତ୍କଳ ଜନନୀ ” ସାମୁହିକ ଗାନରେ ହେଲା ମୁଖରିତ

କେନ୍ଦୁଝର, (ନିପ୍ର) ତା୦୩/୦୨/୨୦୨୪ରିଖ ପୂର୍ବାହ୍ନ ୧୧-୦୦ ଘଟିକା ସମୟରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ୨୦୨୪
ପାଳନ ଅବସରରେ କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ, ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ତଥା ଶିକ୍ଷା ବିଭାଗର ସମସ୍ତ କାର୍ଯାଳୟ ଯଥା ଜିଲ୍ଲା ଶିକ୍ଷାଅଧ୍ୟାକାରୀଙ୍କ କାର୍ଯ୍ୟାଳୟ, ସମଗ୍ରଶିକ୍ଷା କାର୍ଯାଳୟ ଓ ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ । ଏହି ଅବସରରେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା “ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ” ବିଦ୍ୟାଳୟ ସ୍ତରରେ ପାଳନ କରାଯାଇଛି । ପ୍ରକାଶ ଥାଉକି, ବ୍ଲକ ସ୍ତରରେ ୪/୦୨/୨୦୪ରିଖ ଓ ଜିଲ୍ଲା ସ୍ତରରେ ୦୫/୦୨/୨୦୨୪ରଖ ଏହି ଉତ୍ସବ ପାଳନ କରାଯିବ । ଏହି ପରିପ୍ରେକ୍ଷିରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଭାଷା ସାହିତ୍ୟ, ଇତିହାସ ଓ ସଂସ୍କୃତି ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗୀତା ଯଥା କୁଇଜ, ଚିତ୍ରାଙ୍କନ, ବକ୍ତୃତା, କବିତାପାଠ, ଦେଶାତ୍ମକବୋଧ ସଂଗୀତ, ପ୍ରଦର୍ଶନୀ ମାନ ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ସମଗ୍ର ଶିକ୍ଷା ଅଭିଯାନ କାର୍ଯାଳୟ ତରଫରୁ ଜଣାଯାଇଛି ।

Exit mobile version