Site icon ଆଜିକାଲି

ଝାରସୁଗୁଡ଼ା ବିଧାନସଭା ଅଞ୍ଚଳରେ ଉପନିର୍ବାଚନ ପାଇଁ ମେ’ ୧୦ରେ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର : ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଦିନକୁ ରାଜ୍ୟ ସରକାର ସ୍ଥାନୀୟ ଛୁଟି ଘୋଷଣା କରିଥିଲେ। ଝାରସୁଗୁଡ଼ା ବିଧାନସଭା ଅଞ୍ଚଳ ଅଧିନରେ ଆସୁଥିବା ରାଜ୍ୟ ସରକାରୀ ଅଫିସ ଓ ମାଜିଷ୍ଟେରିଆଲ କୋର୍ଟ କର୍ମଚାରୀମାନଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି । ସେମାନେ ଯେପରି ମତାଧିକାର ସାବ୍ୟସ୍ତ କରିପାରିବେ, ସେଥିପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏ ବାବଦରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

Exit mobile version