Site icon ଆଜିକାଲି

ଉପନିର୍ବାଚନ ପାଇଁ ପଦ୍ମପୁରରେ ଡିସେମ୍ବର ୫ରେ ସରକାରୀ ଛୁଟି

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଡିସେମ୍ବର ୫ ତାରିଖରେ ପଡିବାକୁ ଯାଉଛି ଭୋଟ୍। ଉପନିର୍ବାଚନ ପାଇଁ ପଦ୍ମପୁର ମଇଦାନରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ମୋଟ ୧୩ ଜଣ ନାମାଙ୍କନ କରିଥିବା ଯାଞ୍ଚବେଳେ ୨ ଜଣଙ୍କର ନାକଚ ହୋଇଥିଲା। ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଏହାରି ମଧ୍ୟରେ ଭୋଟ୍ ଦିନ ପଦ୍ମପୁରରେ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସରକାରୀ ଛୁଟି ରହିବ। ସରକାରଙ୍କ ଘୋଷଣା ମୁତାବକ, ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ ଓ କୋର୍ଟ ଭୋଟ ଦିନ ବନ୍ଦ ରହିବ।

Exit mobile version