Site icon ଆଜିକାଲି

ଓଆରଏଚଡିସି ଦୁର୍ନୀତି ମାମଲା : ମୋକିମଙ୍କୁ ଜାମିନ ସହ ତଳକୋର୍ଟରୁ ରେକର୍ଡ ତଲବ କଲେ ହାଇକୋର୍ଟ

କଟକ : ଭିଜିଲାନ୍ସ କୋର୍ଟ ଦ୍ୱାରା କଟକ ସଦର ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌ଙ୍କୁ ଦଣ୍ଡାଦେଶ ମାମଲାରେ ହାଇକୋର୍ଟରେ ହେଲା ଶୁଣାଣି । ନିମ୍ନ ଅଦାଲତର ରେକର୍ଡ ତଲବ କଲେ ହାଇକୋର୍ଟ । ମୋକିମଙ୍କ ଅପିଲ ଉପରେ ହାଇକୋର୍ଟ ୧ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କଲେ । ସେହିପରି ନିମ୍ନ ଅଦାଲତର ଜରିମାନା ଦଣ୍ଡାଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ମୋକିମଙ୍କ ଦଣ୍ଡାଦେଶ ଉପରେ ଭିଜିଲାନ୍ସ କୋର୍ଟରେ ଲିଖିତ ଆପତ୍ତି ଦାଖଲ କରିଛି । ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନା ଯେ, ଓଆରଏଚଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ମୋକିମ୍ମଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଜେଲ୍‌ ଦଣ୍ଡ ଶୁଣାଇଥିଲେ କୋର୍ଟ । ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ଜେଲ୍‌ ଦଣ୍ଡ ମିଳିଥିବା ବେଳେ ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏଥିସହିତ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏଁ ଜରିମାନା କରିଥିଲେ କୋର୍ଟ । ଏବେ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ମହମ୍ମଦ ମୋକିମ୍‌ । ଯାହାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୧ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ଵଦଳରେ ଜାମିନ ଦେଇଛନ୍ତି କୋର୍ଟ । ଏହାସହିତ ପ୍ରତିପକ୍ଷ ଜବାବ ରଖିବାକୁ ସମୟ ମାଗିଛନ୍ତି । ଆସନ୍ତା ୧୩ ତାରିଖରେ ହାଇକୋର୍ଟରେ ହେବ ମାମଲାର ପରଵର୍ତ୍ତୀ ଶୁଣାଣି ।

Exit mobile version