Site icon ଆଜିକାଲି

ମେ’୬ ତାରିଖରୁ ଓଜେଇଇ, ଆଜିଠୁ ରେଜିଷ୍ଟ୍ରେସନ ଆରମ୍ଭ

ଭୁବନେଶ୍ୱର – ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା -ଓଜେଇଇ ପାଇଁ ତାରିଖ ଘୋଷଣା ହୋଇଛି । ମେ’ ୬ ତାରିଖରୁ ଓଜେଇଇ ଆରମ୍ଭ ହେବ । ମେ’ ୧୦ ତାରିଖ ଯାଏଁ ଚାଲିବ ପରୀକ୍ଷା। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା ହେବ । ପରୀକ୍ଷା ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଛି । ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଚାଲିବ ।

ରାଜ୍ୟର ବିଭିନ୍ନ ପେଷାଦାର ପାଠ୍ୟକ୍ରମରେ ଆଡମିଶନ ପାଇଁ ମେରିଟ୍ ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା -ଓଜେଇଇ କରାଯାଇଥାଏ।

Exit mobile version