Site icon ଆଜିକାଲି

ଆସନ୍ତା ୮ ତାରିଖରୁ ଓଜେଇଇ, ୩ଟି ସିଫ୍ଟରେ ହେବ ପରୀକ୍ଷା

ଭୁବନେଶ୍ୱର- ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଓଜେଇଇ । ଓଜେଇଇ ପାଇଁ ଆଜି ପ୍ରକାଶ ପାଇଛି ପରୀକ୍ଷା ସୂଚୀ । ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଓଜେଇଇ । ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ । ସକାଳ ୯ରୁ ୧୧ ପ୍ରଥମ ସିଫ୍ଟ ପରୀକ୍ଷା, ଦିନ ୧୨ଟା ୩୦ରୁ ୨ଟା ୩୦ ଦ୍ୱିତୀୟ ସିଫ୍ଟ, ସାଢ଼େ ୪ରୁ ସାଢ଼େ ୬ ତୃତୀୟ ସିଫ୍ଟ ପରୀକ୍ଷା ହେବ । ପ୍ରଥମ ଦିନ ଲାଟେରାଲ ଏଣ୍ଟ୍ରି, ୨ୟ ଦିନ ଏମସିଏ, ଏମଟେକ୍ ଏଣ୍ଟ୍ରାନ୍ସ ପରୀକ୍ଷା ହେବ ।

Exit mobile version