Site icon ଆଜିକାଲି

ପଛପଟୁ ଧକ୍କା ଦେଲା ଗାଡ଼ି, ବୃଦ୍ଧଙ୍କ ମୃତ୍ୟୁ

ବେଲଗୁଣ୍ଠା : ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲୁଣ୍ଡା ଗାଁ ନିକଟରେ ବିଦ୍ୟୁତ ବିଭାଗର ଏକ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ନିକଟସ୍ଥ ଗଜିନ୍ଦ୍ରା ଗ୍ରାମର ପର୍ଶୁରାମ ଡାକୁଆ ବୋଲି ଜଣାପଡ଼ିଛି ।

ସାଇକେଲ ଯୋଗେ ନିକଟସ୍ଥ ଗାଁକୁ ଯାଉଥିବା ବେଳେ ପଛପଟୁ ସଂପୃକ୍ତ ଗାଡ଼ିଟି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରୁ ପର୍ଶୁରାମଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ମେଡିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ବେଲଗୁଣ୍ଠା ଥାନା ପୋଲିସ ।

Exit mobile version