Site icon ଆଜିକାଲି

ହାତୀ ଆକ୍ରମଣରେ ବୃଦ୍ଧ ମୃତ, କାଠ ସଂଗ୍ରହ ଲାଗି ଜଙ୍ଗଲକୁ ଯାଇଥିଲେ

ଅନୁଗୁଳ : ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବୃଦ୍ଧଙ୍କୁ କଚାଡି ମାରିଲା ହାତୀ । ବୁଧବାର ସକାଳୁ ଏକ ବୁଦା ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ସିଧେଶ୍ୱର ସେଠୀ ବୋଲି ଜଣାପଡିଛି । ଅନୁଗୁଳ ବସଲା ଗାଁରେ ଘଟିଛି ଘଟଣା । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖବର ବୁଝାସୁଝା କରିଛନ୍ତି।

ଅନୁଗୁଳ ବ୍ଲକ ଅନ୍ତର୍ଗତ ବସଲା ପଞ୍ଚାୟତ ବସଲା ଗ୍ରାମର ସିଦ୍ଧେଶ୍ୱର ସେଠୀ( ଆଲ୍ଲା)ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ। ଗତ ମଙ୍ଗଳବାର ମଧ୍ୟାହ୍ନ ସମୟରେ ସିଦ୍ଧେଶ୍ୱର(୬୫) ଘର ପାଖ ନିକଟ ନାଳକୁ ଗାଧୋଇବା ପାଇଁ ଯାଇ ଆଉ ଫେରି ନଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ବୁଧବାର ସକାଳେ ଗାଁ ଲୋକେ ସିଦ୍ଧେଶ୍ୱରଙ୍କର ମୃତଦେହ ନାଳ ନିକଟରେ ପଡ଼ିଥିବାର ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ହାତୀ ଆକ୍ରମଣ କରି ଗୋଡ଼ରେ ଦଳି ମାରି ଦେଇଥିବା ଜଣା ପଡ଼ିଛି। ହାତୀ ଆକ୍ରମଣରେ ଅଞ୍ଚଳରେ ଜଣଙ୍କ ପରେ ଜଣଙ୍କର ଜୀବନ ଯାଉଛି। ସିଦ୍ଧେଶ୍ୱରଙ୍କର ମୃତ୍ୟୁକୁ ନେଇ ପରିବାର ଓ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ବନ ବିଭାଗ ଅଧିକାରୀ କିମ୍ବା କର୍ମଚାରୀ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।

Exit mobile version