Site icon ଆଜିକାଲି

ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଛାତ୍ର ମାନଙ୍କର ବନ୍ଧୁମିଳନ

କେନ୍ଦୁଝର, କେନ୍ଦୁଝର ସହରର ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟ ର ୨୦୧୨-୧୩ ବର୍ଷ ର ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ହୋଇ ଭାବର ଆଦାନ ପ୍ରଦାନ କରିବାର ସୁଯୋଗ ସୃଷ୍ଟି କରିଥିଲେ। ବିଦ୍ୟାଳୟ ର ଉର୍ନତି ସହିତ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ସହିତ ସାମନ୍ୱୟ ରକ୍ଷା କରାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ରେ ପ୍ରାଧାନ ଶିକ୍ଷକ ଦ୍ବିତିକୃଷ୍ଣ ବେହେରା,ମହେନ୍ଦ୍ର ସାହୁ, ଫକୀରମୋହନ ମହାନ୍ତ,ଶିକ୍ଷୟିତ୍ରୀ ଦେବସ୍ମିତା ପଟ୍ଟନାୟକ ଯୋଗଦେଇ ଶିକ୍ଷାନୁଷ୍ଟନା ର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ପୂର୍ବତନ ଛାତ୍ର ଗୌରାଙ୍ଗ ନାଏକ, ରାଜେନ୍ଦ୍ର ନାଏକ, ବରଡିଆ ନାଏକ, ପୂର୍ବତନ ଛାତ୍ରୀ ସରିତା ମହାକୁଡ଼ ପ୍ରମୁଖ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ଅନ୍ୟାନ୍ୟ ପୂର୍ବତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Exit mobile version