Site icon ଆଜିକାଲି

ଖାରବେଳ ନଗର ଥାନାରେ ଓଲିଉଡ ଅଭିନେତା ବାବୁସାନ

ଭୁବନେଶ୍ବର : ଖାରବେଳ ନଗର ଥାନାରେ ଓଲିଉଡ ଅଭିନେତା ବାବୁସାନ । ନିଜ ଜନ୍ମଦିନରେ ସେ ମାଆ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସହ ଜଗନ୍ନାଥ ବିହାର ଘରୁ ବାହାରି ଥାନାରେ ପହଞ୍ଚିଥିଲେ। ଥାନାରେ ହାଜର ପରେ ବାବୁସାନ୍‌ଙ୍କ ବୟାନ ରେକର୍ଡ କରୁଛି ପୋଲିସ । ପୋଲିସ ଇତିମଧ୍ୟରେ ପଚରାଉଚରା ଆରମ୍ଭ କରିଥିବାର ସୂଚନା ରହିଛି । ପାରିବାରିକ କଳହ କାରଣରୁ ପତ୍ନୀ ତୃପ୍ତିଙ୍କ ଅଭିଯୋଗ କ୍ରମେ ଖାରବେଳ ନଗର ଥାନା ପୋଲିସ ବାବୁସାନ୍‌ଙ୍କ ନାଁରେ ମାମଲା ରୁଜୁ କରିଥିଲେ । କିନ୍ତୁ ବାବୁସାନ୍‌ ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ।

Exit mobile version