Site icon ଆଜିକାଲି

ବଢିଲା ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ୨ଟଙ୍କା ବୃଦ୍ଧି

ଭୁବନେଶ୍ୱର : ପୁଣି ବଢିଲା ଓମଫେଡ କ୍ଷୀର ଦର। ପ୍ୟାକେଟ ପିଛା ୨ ଟଙ୍କା ବୃଦ୍ଧି କରିଛି ଓମଫେଡ୍ । ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିରେ କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଓମ୍ ଫେଡ୍ ଦୁଗ୍ଧ ମୂଲ୍ୟରେ ବୃଦ୍ଧି କରିଛି । ଏପ୍ରିଲ୍ ୧ରୁ ଏହି ନୂଆ ଦର ଲାଗୁ ହେବ ।

ସୂଚନା ଯେ, ଓମଫେଡର ୫୦୦ ଏମ୍ଏଲ୍ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ବୃଦ୍ଧି ପାଇ ୨୩ ଟଙ୍କା ହୋଇଥିବା ବେଳେ ପ୍ରିମିୟମ୍ କ୍ଷୀର ଦାମ୍ ୨୪ ଟଙ୍କାରୁ ୨୬ ଟଙ୍କାକୁ ବୃଦ୍ଧି ପାଇଛି । ଗୋଲ୍ଡ କ୍ଷୀର ମୂଲ୍ୟ ୨୪ ଟଙ୍କାରୁ ୨୬ ଟଙ୍କାକୁ ଓ ଚା’ ସ୍ପେସିଆଲ୍ କ୍ଷୀର ମୂଲ୍ୟ ୨୩ ଟଙ୍କାରୁ ବୃଦ୍ଧି ପାଇ ୨୫ ଟଙ୍କା ହୋଇଛି। ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସହ ପ୍ୟାକେଜିଂ ଓ ବିପଣନ ଆଦି କାର୍ଯ୍ୟକ୍ଷମ ଖର୍ଚ୍ଚ ସହ ଗତ ଏକ ବର୍ଷ ହେଲାଣି ଦୁଗ୍ଧ କିଣା ଲାଗି ଅଧିକ ମୂଲ୍ୟ ଦେବାକୁ ପଡିଛି ।

Exit mobile version