Site icon ଆଜିକାଲି

ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ୫ଟି ସଚିବ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଲୋକଙ୍କ ସହ କରିବେ ଆଲୋଚନା

ସୋର : ବାଲେଶ୍ୱର ଜିଲାକୁ ଦୁଇ ଦିନିଆ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ । ସକାଳ ୮ଟା ୩୫ ମିନିଟରେ ଖଇରା ବ୍ଲକ କୁପାରୀରେ ହେଲିପ୍ୟାଡ ଯୋଗେ ଓହ୍ଲାଇ ମହିଳା ସ୍ଵୟଂ ସହାୟୀକା ଗୋଷ୍ଠି ଓ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି । ସେଠାରୁ ସେ ସିମୁଳିଆ ବ୍ଲକ୍ ଜମୁଝାଡିରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠି ଓ ଲୋକଙ୍କ ସହିତ ସମସ୍ୟା ନେ଼ଇ ଆଲୋଚନା କରିବେ ।

ଏହାପରେ ରୋଡ ଯୋଗେ ସୋର ପୌରପାଳିକା ୟୁଏନ କଲେଜ ପଡିଆରେ ମହିଳା ସ୍ଵୟଂ ସହାୟୀକା ଗୋଷ୍ଠି ଓ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ପରେ ସୋର ମୋ ହସ୍ପିଟାଲ୍ ଓ ବ୍ଲକ ପରିଦର୍ଶନ କରି ବାହାନଗା ହାଇସ୍କୁଲ ପଡିଆ ଠାରେ ମହିଳା ସ୍ଵୟଂ ସହାୟୀକା ଗୋଷ୍ଠି ଓ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଠାରୁ ଆଲୋଚନା କରି ଔପଦା ଅଭିମୁଖେ ଯାତ୍ରା କରିବେ ।

Exit mobile version