Site icon ଆଜିକାଲି

୨୫ରେ ମା’ ମଙ୍ଗଳାଙ୍କ ଦର୍ଶନ ବନ୍ଦ

କାକଟପୁର : ଆସନ୍ତା ୨୫ ତାରିଖ ସୂର୍ଯ୍ୟପରାଗ ଉପଲକ୍ଷେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ମଙ୍ଗଳାଙ୍କ ମନ୍ଦିରରେ ମା’ଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଅବସରରେ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ମା’ଙ୍କ ନୀତିକାନ୍ତିର ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି। ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୪ ସୋମବାର ଦିନର ସମସ୍ତ ନୀତିକାନ୍ତି ଯଥା ସମୟରେ ଅନୁଷ୍ଠିତ ହୋଇ ରାତ୍ର ୮ ଘଟିକା ପୂର୍ବରୁ ସମାପ୍ତ କରାଯିବ। ରାତ୍ର ୮ଟା ୩୦ ମିନିଟ୍‌ରୁ ମନ୍ଦିରର ମଙ୍ଗଳବାର ଦିନର ପାଳିଆ ସେବକ ପୂଜାପଣ୍ତାଙ୍କ ଦ୍ବାରା ଯଥାବିଧି ନୀତିକାନ୍ତି ଆରମ୍ଭ କରାଯାଇ ଭୋର ୪ଟା ୫୪ ଭିତରେ ସମାପ୍ତ କରାଯାଇ ମନ୍ଦିର ଦ୍ବାର ବନ୍ଦ ରଖାଯିବ।

୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟପରାଗ ଯୋଗୁ ମା’ଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୨୬ ତାରିଖ ବୁଧବାର ସକାଳ ୬ଟାରେ ମା’ଙ୍କ ମହାସ୍ନାନ କରାଯାଇ ନୀତିକାନ୍ତି ପୂର୍ବପରି ଚାଲୁ ରହିବ ଓ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ସ୍ବାଭାବିକ ଭାବେ ଖୋଲା ରହିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି।

FacebookTwitterLinkedinWhatsapp
Exit mobile version