Site icon ଆଜିକାଲି

ସପ୍ତମ ଦିନରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ଜମୁଛି ଭକ୍ତଙ୍କ ଭିଡ

ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ଆଜି ସପ୍ତମ ଦିନ । ମାଆଙ୍କ ଅସ୍ଥାୟୀ ପୀଠରେ ଭକ୍ତଙ୍କ ଗହଳଚହଳ ଲାଗିଛି। ମାନସିକଧାରୀ, ବେଶଧାରୀଙ୍କ ଭିଡ଼ ଜମିଥିବା ବେଳେ ଦଣ୍ଡୁଆଙ୍କ ମଧ୍ୟ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।

ରବିବାର ରାତିରେ ମା’ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛନ୍ତି । ଅସ୍ଥାୟୀ ମନ୍ଦିରରୁ ମା’ ବାହାରି ରାଜବାଟି, ଗୁଡ଼ ବଜାର, ଶଙ୍କରପୁର ସାହି, ଜେନା ସାହି, ସୀତାରାମ ସାହି, ରାଜା ସାହି, ପନ୍ଦରା ସାହି ପ୍ରମୁଖ ଅଂଚଳ ପରିକ୍ରମା କରି ଅସ୍ଥାୟୀ ପୀଠକୁ ଫେରିଥିଲେ । ଆଜି ମା’ ପରିକ୍ରମା ସମୟରେ ଜଉରିଆ ସାହିର ମାଉସୀମାଆ ଘରକୁ ଯାଇ ସେଠାରେ ଭୋଗ ଖାଇବେ । ରାତିରେ ମା’ ପରିକ୍ରମା ସମୟରେ ହଜାର ହଜାର ଭକ୍ତ ଉପସ୍ଥିତ ରହି ମା’ଙ୍କ ପାଦକୁ ହଳଦୀ ପାଣିରେ ଧୋଇଥିଲେ।

Exit mobile version