Site icon ଆଜିକାଲି

ଅଷ୍ଟମ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ

ବ୍ରହ୍ମଗିରି : ଅଷ୍ଟମ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ । ଆଉ ୬ ଦିନ ରହିଲା ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ । ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ-ଚକ୍ର-ଗଦା-ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଦଇତା ସେବାୟତ ମାନେ ଲାଗିପଡିଛନ୍ତି । ତେଣୁ ଭକ୍ତମାନେ ପଟିଦିଅଁ ରୂପରେ ଦର୍ଶନ କରୁଛନ୍ତି ।

ଅନ୍ୟପଟେ ଜଗନ୍ନାଥ ଦର୍ଶନ ନ ପାଇ ଖିରିଖିଆ ଠାକୁର ଅଲାରନାଥଙ୍କୁ ଦର୍ଶନ କରି ସମଫଳ ପାଇବାର ବିଶ୍ୱାସ ନେଇ ଭକ୍ତଙ୍କ ଭିଡ଼ ବ୍ରହ୍ମଗିରିରେ ଦେଖିବାକୁ ମିଳୁଛି । ସୋମବାର ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪ଟା୧୫ରେ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସର୍ବସାଧାରଣ ଦର୍ଶନ ଆରମ୍ଭରୁ ହିଁ ଭକ୍ତମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଛି ।

Exit mobile version