Site icon ଆଜିକାଲି

ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୫ ଯୁକ୍ତ୨ ପରୀକ୍ଷାର୍ଥୀ

ଭୁବନେଶ୍ବର : ରାଜ୍ୟରେ ଯୁକ୍ତ୨ ପରୀକ୍ଷା ଆରମ୍ଭ । ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଚନ୍ଦନ ଲଗାଯିବା ସହ ବନ୍ଦାପନା କରି ପରୀକ୍ଷା କେନ୍ଦ୍ରକୁ ପୋଛୋଟି ନେଉଥିଲେ ଜୁନିଅର ଛାତ୍ରଛାତ୍ରୀ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା କ୍ଷଣି କିଏ ପ୍ରବେଶ ପଥରେ ମୁଣ୍ଡିଆ ମାରୁଥିଲେ ତ ଆଉ କିଏ ବହି ଖାତା ବାହାରେ ରଖି ପ୍ରବେଶ କରୁଥିଲେ। ଅଧ୍ୟାପକ ଅଧ୍ୟାପିକା ମଧ୍ୟ ପ୍ରବେଶ ପଥରେ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରିଥିଲେ। କୌଣସି ପରୀକ୍ଷାର୍ଥୀ ଯେପରି ସାଙ୍ଗରେ କପି ନେଇ ଭିତରକୁ ନ ଯାଆନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁତ୍ୱ ବହନ କରୁଥିବା ଯୁକ୍ତ୨ ଥିଓରି ପରୀକ୍ଷାର ପ୍ରଥମ ଦିନରେ ବୁଧବାର ସାରା ରାଜ୍ୟରୁ ଏଭଳି ଚିତ୍ର ସାମ୍ନାକୁ ଆସିଥିଲା। ପ୍ରଥମ ଦିନରେ ୫ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛିନ୍ତି। ବାରିପଦା ଓ ବ୍ରହ୍ମପୁର ଜୋନ୍‌ରୁ ୨ଜଣ ଲେଖାଏ ଧରାପଡ଼ିଥିବା ବେଳେ ସମ୍ବଲପୁର ଜୋନ୍‌ରେ ଜଣେ ପରୀକ୍ଷାର୍ଥୀ ମାଲ୍‌ ପ୍ରାକ୍ଟିସ ହୋଇଛନ୍ତି।

Exit mobile version