Site icon ଆଜିକାଲି

ଦ୍ୱିତୀୟ ଦିନରେ ପରିବାର ଅଦାଲତରେ ଜେରାର ସମ୍ମୁଖୀନ ହେବେ ବର୍ଷା

କଟକ : କୋର୍ଟରେ ପୁଣି ହାଜର ହେଲେ ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଛାଡ଼ପତ୍ର ମାମଲାରେ ମଙ୍ଗଳବାର ପୁନର୍ବାର ପରିବାର ଅଦାଲତରେ ହାଜର ହେଲେ ବର୍ଷା ।

ସୂଚନା ଯେ, ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡପତ୍ର ଓ ପାରିବାରିକ ବିବାଦ ନେଇ ସୋମବାର ବର୍ଷା ପରିବାର ଅଦାଲତରେ ଜେରା ହୋଇଥିଲେ । କିନ୍ତୁ ଅଦାଲତରେ ଉପସ୍ଥିତ ବର୍ଷାଙ୍କ ଜେରା ସୋମବାର ଅସମ୍ପୂର୍ଣ୍ଣ ରହିଥିଲା । ତେଣୁ ମଙ୍ଗଳବାର ପୁନର୍ବାର ପରିବାର ଅଦାଲତରେ ହାଜର ହେବା ନାହିଁ ନିର୍ଦ୍ଦେଶ ଥିଲା । ଏହିକ୍ରମରେ ବର୍ଷା ପ୍ରିୟଦର୍ଶିନୀ କୋର୍ଟରେ ହାଜର ହୋଇଛନ୍ତି । ଦ୍ୱିତୀୟ ଦିନରେ ଜେରାର ସମ୍ମୁଖୀନ ହେବେ ବର୍ଷା ।

Exit mobile version